ପ୍ରଥମ ଭାରତୀୟ ଭାବେ ବିରାଟ କୋହଲି କିଣିଲେ ଏହି କାର୍‌

0
12

ନୂଆଦିଲ୍ଲୀ,୧୭।୧: ଜର୍ମାନୀର ଲଗଜରୀ ବ୍ରାଣ୍ଡ୍‌ ଅଡି ନୂଆ SUV Audi Q8 ଭାରତରେ ଲଞ୍ଚ୍‌ ହୋଇଛି। ଏହି ଗାଡିର ମୂଲ୍ୟ ୧.୩୩ କୋଟି ଟଙ୍କା ରହିଛି। ଏହି ଦମ୍‌ଦାର ଗାଡିର ଲଞ୍ଚ୍‌ ଇଭେଣ୍ଟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଉପସ୍ଥିତ ଥିଲେ। ସେ ପ୍ରଥମ ଭାରତୀୟ ଭାବେ ଏହି ଗାଡି କିଣିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ନୂଆ ଗାଡିରେ ବସି କାହା ସହ ବୁଲିବାକୁ ପସନ୍ଦ କରିବେ ବୋଲି ପ୍ରଶ୍ନ ହେବାରୁ ବିରାଟ କହିଥିଲେ ସ୍ତ୍ରୀ ଅନୁଷ୍କାଙ୍କୁ ବସାଇ ମୁମ୍ବାଇ ବୁଲିବାର ଯୋଜନା ରହିଛି। ସୂଚନାଯୋଗ୍ୟ, ବିରାଟ ଅଡିର ବ୍ରାଣ୍ଡଆମ୍ବାସାଡର ଅଛନ୍ତି। ନୂଆ ନୂଆ ଗାଡି କିଣିବାର ସଉକ ରଖନ୍ତି ବିରାଟ। ତାଙ୍କ ପାଖରେ Audi Q7, Audi RS6, A8 L, R8 V10 LMX, Bentley Continental GT ଏବଂ Range Rover Vogue ଭଳି ଲଗଜରୀ ଗାଡି ରହିଛି।

.