୭୫ ବର୍ଷର ସଂଘର୍ଷମୟ ଜୀବନ: ଜାଭେଦ୍‌ ଅଖତରଙ୍କ ମୁହଁକୁ ସ୍କ୍ରିଫ୍ଟ ଫୋପାଡ଼ି ଦେଇଥିଲେ ଜଣେ ଫିଲ୍ମ ନିର୍ମାତା

0
11

ମୁମ୍ବାଇ: ବିଶିଷ୍ଟ ଗୀତିକାର ଜାଭେଦ୍‌ ଅଖତର୍‌ ଶୁକ୍ରବାର ୭୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୫ ଜାନୁୟାରୀ ୧୭ରେ ଗ୍ବାଲିୟରଠାରେ ଜନ୍ମଗ୍ରହଣ କରିଥିଲେ। ଜୀବନର ପ୍ରାଥମିକ ପର୍ଯ୍ୟାୟରେ ଜାଭେଦ୍‌ଙ୍କୁ ଅନେକ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ ସେ ଇଣ୍ଡଷ୍ଟ୍ରୀରେ ସଫଳ ହୋଇଥିଲେ। ତାଙ୍କ ପୁଅ ଫରହାନ୍‌ ଅଖତରଙ୍କ ଫିଲ୍ମ ଭାଗ୍‌ ମିଲ୍‌ଖା ଭାଗ୍‌ ଦେଖି ସେ ଜୋର୍‌ରେ କାନ୍ଦି ଉଠିଥିଲେ। ୧୯୬୫ଠାରୁ ଜାଭେଦ୍‌ ଅଖତର ଆରମ୍ଭ କରିଥିଲେ ସଂଘର୍ଷ ଯାତ୍ରା। ଥରେ ଜଣେ ଫିଲ୍ମ ନିର୍ମାତାଙ୍କୁ ଜାଭେଦ୍‌ଙ୍କ ସ୍କ୍ରିଫ୍ଟ୍‌ ପସନ୍ଦ ଆସି ନ ଥିଲା। ସେ ବିରକ୍ତ ହୋଇ ଜାଭେଦ୍‌ଙ୍କ ମୁହଁକୁ ଏହି ସ୍କ୍ରିଫ୍ଟ ଫୋପାଡ଼ି ଦେଇଥିଲେ। ଏହା ଜାଭେଦ୍‌ଙ୍କୁ ଆଘାତ୍‌ ଦେଇଥିଲା। ୧୯୭୨ରେ ସେ ହନି ଇରାନୀଙ୍କୁ ବିବାହ କରିଥିଲେ। ଏହାପରେ ୧୯୮୪ରେ ଶାବନା ଆଜ୍‌ମୀଙ୍କୁ ବିବାହ କରିଥିଲେ। ୧୯୮୫ରେ ହନିଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା।

.