ଶ୍ମଶାନ ଜମି ପାଇଁ କୋର୍ଟରେ ୨୮ ବର୍ଷ ଲଢ଼େଇ ପରେ ପାକିସ୍ତାନୀ ହିନ୍ଦୁଙ୍କୁ ମିଳିଲା ଅଧିକାର

0
5

ଇସଲାମାବାଦ୍‌,୧୪।୧: ପାକିସ୍ତାନରେ ଶ୍ମଶାନ ଜମିକୁ ନେଇ କୋର୍ଟରେ ଦୀର୍ଘ ୨୮ ବର୍ଷ ଧରି ହିନ୍ଦୁମାନେ ଲଢ଼େଇ ଜାରି ରଖିଥିଲେ। ଏବେ କୋର୍ଟ ହିନ୍ଦୁମାନଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଖାଇବର ପସ୍ତୁନଖ୍ବା ପ୍ରଦେଶର ଡେରା ଇସମାଇଲ୍‌ ଖାଁ ଅଞ୍ଚଳରେ ଥିବା ଶ୍ମଶାନ ଜମି ଉପରେ କିଛି ସ୍ଥାନୀୟ ଲୋକଙ୍କ ପକ୍ଷରୁ ଜବର ଦଖଲ କରାଯାଇଥିଲା। ଏନେଇ ହିନ୍ଦୁମାନଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। ଏହି ଜମିକୁ ସିଘାଂର ସିଂ ନାମକ ଜଣେ ବ୍ୟକ୍ତି ଶ୍ମଶାନ ପାଇଁ କିଣିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହାକୁ ସ୍ଥାନୀୟ ଲୋକେ ଜବର ଦଖଲ କରିଥିଲେ। ତେବେ କୋର୍ଟ ରାୟ ପରେ ପ୍ରଶାସନ ପକ୍ଷରୁ ଜବର ଦଖଲ ହଟାଯାଇ ଜମିକୁ ହିନ୍ଦୁମାନଙ୍କୁ ଫେରାଇ ଦିଆଯାଇଛି।

.