ବିଦ୍ୟାଳୟ ପରିଦର୍ଶନ କରୁଛନ୍ତି ନକଲି ସିଆର୍‌ସିସି, ଚିତ୍ରକୋଣ୍ଡା ଥାନାରେ ଏତଲା

0
5

ଚିତ୍ରକୋଣ୍ଡା,୧୪।୧(ଡି.ଏନ୍‌.ଏ.): ଜଣେ ବ୍ୟକ୍ତି ନିଜକୁ ସିଆର୍‌ସିସି ବୋଲି ପରିଚୟ ଦେଇ ଗତ ୧୧ ତାରିଖରେ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ନୂଆଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଆର୍‌ଏସ୍‌ସି ୧୩ ନଂ. ପ୍ରାଥମିକ ବିଦ୍ୟାଳୟକୁ ବୁଲି ଦେଖିଥିଲେ। ଜିଲାପାଳ ତାଙ୍କୁ ବିଦ୍ୟାଳୟର ଅସୁବିଧା କ’ଣ ରହିଛି ସେ ସବୁର ତଦାରଖ କରିବାକୁ ପଠାଇଥିବା ସେ କହିଥିଲେ। ଏପରିକି ସ୍କୁଲକୁ ନିୟମିତ ଶିକ୍ଷକ ଆସୁନାହାନ୍ତି ବୋଲି କହିବାକୁ କ୍ୟାମେରା ସମ୍ମୁଖରେ ସ୍ଥାନୀୟ ଗ୍ରାମବାସୀଙ୍କୁ ବାଧ୍ୟ କରିଥିଲେ। ଏପରି କରିବାକୁ ଅମଙ୍ଗ ହେବା ପରେ ସେ ଲୋକମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ। ଉକ୍ତ ବ୍ୟକ୍ତି ଚିତ୍ରକୋଣ୍ଡାରେ ବ୍ୟବସାୟ କରୁଥିବା ବସନ୍ତ ସାହୁ ବୋଲି ଗ୍ରାମବାସୀ ଅଭିଯୋଗ କରିବା ପରେ ସ୍କୁଲ ସଭାପତି ପ୍ରତାପ ଖିଲ ଚିତ୍ରକୋଣ୍ଡା ଥାନାରେ ଏତଲା ଦେଇଛନ୍ତି। ଅଞ୍ଚଳର ଏପରି କିଛି ବ୍ୟକ୍ତି ନିଜକୁ ବିଭିନ୍ନ ପଦପଦବୀରେ ଥିବା କହି ବିଶୃଙ୍ଖଳା ସୃଷ୍ଟି କରୁଥିବା ସେ ଏତଲାରେ ଦର୍ଶାଇଛନ୍ତି। ଏଯାବତ୍‌ ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅଭିଯୁକ୍ତ ମଧ୍ୟ ଖୁଲମ୍‌ଖୁଲା ବୁୁଲୁଥିବା ଅଭିଯୋଗ ହେଉଛି।

.