ପରଲୋକରେ ପୂର୍ବତନ ମନ୍ତ୍ରୀ ଭାଗବତ ମହାନ୍ତି

0
17

ଭୁବନେଶ୍ୱର,୮।୧୨(ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ୯୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଭାଗବତ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ୩ ଥର ବିଧାୟକ ହୋଇଥିଲେ। ୧୯୭୧,୧୯୮୫, ୧୯୯୫ରେ ବିଧାୟକ ହେବା ସମୟରେ ସେ ୨ ଥର(ରାଜସ୍ବ ଓ ଶିକ୍ଷା)ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ସମୟରେ ସେ କିଷାନ ସତ୍ୟାଗ୍ରହ, ସମବାୟ ଆନ୍ଦୋଳନ ସହ ରାଜ୍ୟର ଶିକ୍ଷା ଓ ସମବାୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ।

.