ଦେବାଶିଷ, ଅକ୍ଷନ୍ତଙ୍କୁ ଟାଇଟଲ

0
13

ଭୁବନେଶ୍ୱର, ୭।୧୨(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଶେଷ ହୋଇଥିବା ଏଆଇଟିଏ-ଓଟିଏ ଟ୍ୟାଲେଣ୍ଟ ସିରିଜ (ଟିଏସ୭) ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଦେବାଶିଷ ସାହୁ ଓ ଅକ୍ଷନ୍ତ ବେଉରିଆ ଚାମ୍ପିୟନ ହୋଇଛନ୍ତି। ୧୬ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସ ଫାଇନାଲରେ ସର୍ବଭାରତୀୟ ର଼୍ୟାଙ୍କ୍‌ର ୧୯୪ ନମ୍ବର ର଼୍ୟାଙ୍କ୍‌ରେ ଥିବା ଦେବାଶିଷ ୬-୧, ୬-୨ ସେଟ୍‌ରେ ଅନ୍ୟତମ ଓଡ଼ିଆ ଖେଳାଳି ଯଶରାଜ ନାୟକଙ୍କୁ ପରାସ୍ତ କରିଛନ୍ତି। ସେହିପରି ୧୨ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସ ଫାଇନାଲରେ ସର୍ବଭାରତୀୟ ର଼୍ୟାଙ୍କ୍‌ର ୨୮୭ତମ ସ୍ଥାନରେ ଥିବା ଅକ୍ଷନ୍ତ ୬-୧, ୬-୨ ସେଟ୍‌ରେ ଆଦିତ୍ୟ ବିକ୍ରମ ଆଚାର୍ଯ୍ୟଙ୍କୁ ହରାଇ ଦେଇଛନ୍ତି। ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟରେ ୩ ଇଷ୍ଟର୍ନ ଜୋନ୍‌ ରାଜ୍ୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶାରୁ ୪୫ ପ୍ରତିଯୋଗୀ ଭାଗ ନେଇଥିଲେ। ଟୁର୍ନାମେଣ୍ଟର ଚାମ୍ପିୟନ ଓ ରନର୍ସଅପ୍‌ ପ୍ରତିଯୋଗୀ ଯଥାକ୍ରମେ ୧୫ ଓ ୧୨ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ହାସଲ କରିଛନ୍ତି। ଟେନିସ ଆସୋସିଏଶନ ଅଫ ଭୁବନେଶ୍ୱର ସମ୍ପାଦକ ବିଜୟ କୁମାର ସାହୁ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଟୁର୍ନାମେଣ୍ଟ ନିର୍ଦ୍ଦେଶକ ବି.କେ. ଦାସ, ରେଫରି ଯତୀନ ବୈତ୍ସ୍ୟ ଓ ଓଟିଏ ମ୍ୟାନେଜର ପ୍ରକାଶ ପଟ୍ଟନାୟକ ଉପସ୍ଥିତ ଥିଲେ।

.