ଦ୍ୱିଶତକ ହାସଲ ପରେ କାହିଁକି ଚିକେନ୍‌ ବର୍ଗର ଖାଇଥିଲେ କୋହଲି

0
4

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଯଦିଓ ଏବେ ଶାକାହାରୀ ହୋଇଯାଇଛନ୍ତି, କିନ୍ତୁ ଦେଢବର୍ଷ ପୂର୍ବରୁ ସେ ପ୍ରବଳ ମାଛମାଂସ ଖାଉଥିଲେ। ଏପରିକି ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ଦ୍ୱିଶତକ ହାସଲ ପରେ ସେ ଚକୋଲେଟ୍‌ ସେକ୍‌ ସହ ଚିକେନ୍‌ ବର୍ଗର ଖାଇଥିଲେ। ନିକଟରେ ଏକ ସାକ୍ଷାତକାରରେ ସେ ଏହାର ଖୁଲାସା କରିଛନ୍ତି। କିନ୍ତୁ ଏହାପରେ ସେ ନିଜକୁ ଫିଟ୍‌ ରଖିବା ପାଇଁ ଶାକାହାରୀ ହୋଇଯାଇଥିଲେ ବୋଲି ସେ କହିଛନ୍ତି। ଇଂଲଣ୍ଡ ବିପକ୍ଷରେ ୨୩୫ ରନର ପାଳି ଖେଳିବା ପରେ ଡ୍ରେସିଂ ରୁମ୍‌କୁ ଫେରି ଥକ୍କାପଣ ଅନୁଭବ କରିଥିଲି। ସାଧାରଣତଃ ମ୍ୟାଚ୍‌ ସମୟରେ ଆମେ କଦଳୀ, ଭାତ ଏବଂ ଡାଲି ଖାଇଥାଉ। ଏହାପରେ ମୁଁ ଚିକେନ୍‌ ବର୍ଗର ଖାଇବାକୁ ଆରମ୍ଭ କରିଥିଲି। କିନ୍ତୁ ସେଦିନ ଟ୍ରେନର ଶଙ୍କର ବାସୁ ମୋତେ ଯାହା ଇଚ୍ଛା ତାହା ଖାଇବାକୁ କହିଥିଲେ। ପରେ ମୁଁ ଚିକେନ ବର୍ଗର ମଗାଇ ଖାଇଥିଲି ବୋଲି କୋହଲି କହିଛନ୍ତି।

.