କାବୁଲି ବୁଟ କାହିଁକି ଆମ ଶରୀର ପାଇଁ ବେଶୀ ଦରକାର?

0
4

କାବୁଲି ବୁଟ ଏକ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ। ଏହାକୁ ପ୍ରୋଟିନର ରାଜା ବୋଲି ବି କୁହାଯାଏ। ଏବେ ଆସନ୍ତୁ ଜାଣିବା କାବୁଲି ବୁଟ କାହିଁକି ଆମ ଶରୀର ପାଇଁ ବେଶୀ ଦରକାର?

କାବୁଲି ବୁଟ ସେବନ କରିଲେ ଶରୀରର ତାପମାତ୍ରା ଠିକ୍‌ ରହିଥାଏ।

-ଏଥିରେ ପ୍ରଚୁର ମାତ୍ରାରେ ଆଇରନ୍‌ ଥିବା ହେତୁ କାବୁଲି ବୁଟ ଖାଇଲେ ଏନିମିୟା ହେବାର ଆଶଙ୍କା କମିଥାଏ।

-କାବୁଲି ବୁଟରେ ଫାଇବର ଅଛି। ଏହା ଭୋକକୁ ନିୟନ୍ତ୍ରିତ କରିଥାଏ ଏବଂ ଶରୀରର ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।

-କାବୁଲି ବୁଟରେ ପ୍ରାୟ ୨୮ ପ୍ରତିଶତ ଫସଫରସ ରହିଛି। ଏଣୁ କିଡିନିର ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଉପଯୋଗୀ।

-କାବୁଲି ବୁଟ କୋଲେଷ୍ଟ୍ରଲ କମ୍‌ କରିବାରେ ମଧ୍ୟ ସହାୟକ ହୋଇଥାଏ।

Image Source–amar ujala

-ଉଚ୍ଚ ରକ୍ତଚାପ ଗ୍ରସ୍ତ ରୋଗୀମାନଙ୍କ ପାଇଁ କାବୁଲି ବୁଟ ଅତ୍ୟନ୍ତ ଲାଭଦାୟକ। ଏଥିରେ ପଟାସିୟମ୍‌ ଓ ମାଗ୍ନେସିଅମ୍‌ ଥିବା ହେତୁ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

-କାବୁଲି ବୁଟ ହଜମ କ୍ରିୟାକୁ ମଧ୍ୟ ମଜଭୁତ କରିଥାଏ।

-କାବୁଲି ବୁଟ ସେବନ କରିଲେ ମହିଳାଙ୍କର ହରମୋନ୍‌ ଅସନ୍ତୁଳନର ସମସ୍ୟା ରହି ନଥାଏ। ଏହାର ସେବନ ଫଳରେ ସ୍ତନ କର୍କଟର ଆଶଙ୍କା ବି ହ୍ରାସ ପାଇଥାଏ।