ଶୀତଦିନେ କାହିଁକି ଖାଇବେ ନାହିଁ ଦହି

0
5

ଶୀତଦିନେ ଉତ୍ତମ ଖାଦ୍ୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। ତେଣୁ ଶରୀରକୁ ସୁହାଇବା ଭଳି ଖାଦ୍ୟ ଖାଇବା ଭଲ। ଅନେକ ଲୋକ ଶୀତଦିନେ ଦହି ଖାଇବାକୁ ବାରଣ କରିଥାଆନ୍ତି। ହେଲେ ଏହାକୁ ନେଇ କ’ଣ କୁହେ ବିଜ୍ଞାନ ତାହା ମଧ୍ୟ ଜାଣି ରଖିବା ଜରୁରୀ।
-ଆୟୁର୍ବେଦ ଅନୁଯାୟୀ, ଦହି ହେଉଛି କଫ କାରକ ତେଣୁ ଏହାକୁ ଶୀତଦିନେ ଖାଇବା ଠିକ୍‌ ନୁହେଁ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ ମତ ଦିଅନ୍ତି। ବିଶେଷ କରି ରାତିରେ ଦହି ଖାଇବାକୁ ଏମାନେ ବାରଣ କରିଥାଆନ୍ତି।
-ହେଲେ ବିଜ୍ଞାନ କୁହେ ଦହିରେ ଥିବା ବ୍ୟାକ୍ଟେରିଆ ଶରୀର ପାଇଁ ଭଲ। ଏହା ରୋଗ ପ୍ରତିରୋଧକାରୀ। ଏଥିରେ ଥିବା କ୍ୟାଲସିୟମ, ଭିଟାମିନ୍‌ ବି୧୨ ଓ ଫସଫରସ୍‌ ଶରୀରର ରୋଗ ପ୍ରତିରୋଧକାରୀ ଶକ୍ତି ବୃଦ୍ଧି କରିଥାଏ। ହେଲେ ଆଜମା ଓ ଆଲର୍ଜି ଥିବା ବ୍ୟକ୍ତି ସନ୍ଧ୍ୟା ୫ଟା ପରେ ଦହି ଖାଇବା ଅନୁଚିତ୍‌। କାରଣ ଏହା କଫ ସୃଷ୍ଟି କରିଥାଏ। ଦହିରେ ଥିବା ଭିଟାମିନ୍‌ ସି ଶରୀର ପାଇଁ ଉପକାରୀ ହୋଇଥିବା ବେଳେ ଏହାକୁ କିନ୍ତୁ ସାଧାରଣ ତାପମାତ୍ରାରେ ରଖି ଖାଇବା ଭଲ। ଫ୍ରିଜରେ ହଦି ରଖି ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ।

.