ନାଗରିକତ୍ବ ସଂଶୋଧନ ଆଇନ୍‌କୁ ଦୃଢ଼ ସମର୍ଥନ ଜଣାଇଲେ ଯୋଗଗୁରୁ ବାବା ରାମଦେବ; କହିଲେ ଦେଶର ସୁରକ୍ଷାକୁ ଏହା ମଜବୁତ୍‌ କରିବ

0
3

ନୂଆଦିଲ୍ଲୀ: ସମଗ୍ର ଦେଶରେ ଜାତି ଓ ଧର୍ମ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆରସି) ସଂ‌େଶାଧନ ଆଇନ୍‌ ଲାଗୁ କରାଯିବ ବୋଲି ଗତ ବୁଧବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସଂସଦର ରାଜ୍ୟସଭାରେ ଘୋଷଣା କରିବା ପରେ ଏହାକୁ କେନ୍ଦ୍ରକରି ଦେଶରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହାଙ୍କ ଏହି ଘୋଷଣା ପରେ ପଶ୍ଚିମବଙ୍ଗରେ ଏନ୍‌ଆରସିକୁ କାର୍ଯ୍ୟକାରୀ କରିବାକୁ ଦିଆଯିବ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଘୋଷଣା କରିବା ସହ ଏହି ନିଷ୍ପତ୍ତି ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିଲେ। ତେବେ, ଯୋଗଗୁରୁ ବାବା ରାମଦେବ ଏନ୍‌ଆରସିକୁ ଦୃଢ଼ ସମର୍ଥନ ଜଣାଇଛନ୍ତି। ଯୋଗଗୁରୁ ରାମଦେବ କହିଛନ୍ତି ଏହି ନୂତନ ଆଇନ୍‌ ଲାଗୁହେଲେ ଦେଶ ଭିତରେ ରହି ଦେଶପ୍ରତି ବିପଦ ସୃଷ୍ଟି କରୁଥିବା ତତ୍ତ୍ବଗୁଡ଼ିକ ଲୋପ ପାଇଯିବେ। ଏବଂ ନାଗରିକତ୍ବ ସଂଶୋଧନ ଆଇନ୍‌ ଦେଶର ସୁରକ୍ଷାକୁ ଏହୁରି ଅଧିକ ମଜବୁତ୍‌ କରିବ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସଂସଦରେ କହିଥିଲେ ଯେ ସମଗ୍ର ଦେଶରେ ଜାତି ଓ ଧର୍ମ ନିର୍ବିଶେଷରେ ଦେଶର ସମସ୍ତ ନାଗରିକଙ୍କୁ ଏହି ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆରସି) ସଂଶୋଧନ ଆଇନ୍‌ର ଅନ୍ତର୍ଭୁକ୍ତ କରାଯିବ।