ଥାନାରେ ଆତ୍ମହତ୍ୟା କଲେ ହତ୍ୟା ଅଭିଯୁକ୍ତ

0
3

ବଡବିଲ,୨୧।୧୧(ସ୍ବ.ପ୍ର): ବଡବିଲ ଥାନାରେ ଜଣେ ହତ୍ୟା ଅଭିଯୁକ୍ତ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଉଛନ୍ତି ବଡ଼ବିଲ ସେଡିଂ ବସ୍ତିର ସୁରେଶ ନାଏକ। ସ୍ତ୍ରୀ ବାସନ୍ତୀଙ୍କୁ ହତ୍ୟା ଅଭିଯୋଗରେ ଗତ ୧୮ ତାରିଖ ସାରେ ପୋଲିସ ସୁରେଶଙ୍କୁ ଗିରଫ କରିଥିଲା। ତାଙ୍କ ନାଁରେ ବଡ଼ବିଲ ଥାନାରେ କେସ ନଂ ୨୨୩/୨୦୧୯ ମାମଲା ରୁଜୁ ହୋଇଥିଲା। ଗୁରୁବାର ସକାଳେ ଅଭିଯୁକ୍ତ ସୁରେଶ ଥାନାରେ ଗାମୁଛା ସାହାଯ୍ୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା ପୋଲିସ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି। ତେବେ ଏହି ମୃତ୍ୟୁ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି।

.