ଲଣ୍ଡନ ଗଲେ ନଓ୍ବାଜ

0
6

ଲାହୋର,୧୯।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ମଙ୍ଗଳବାର ଲଣ୍ଡନ ଗସ୍ତ କରିଛନ୍ତି। ଅସୁସ୍ଥ ଥିବା ଶରିଫ ଅଧିକ ଚିକିତ୍ସା ପାଇଁ ଏକ ଏୟାର ଆମ୍ବୁଲାନ୍ସ ଯୋଗେ ମଙ୍ଗଳବାର ଲଣ୍ଡନ ଯାତ୍ରା କରିଥିବା ସୂଚନା ମିଳିଛି। ତାଙ୍କ ସହ ଭାଇ ଶେହବାଜ ଶରିଫ ଓ ତାଙ୍କ ଘରୋଇ ଡାକ୍ତର ଅଦନାନ ଖାଁ ମଧ୍ୟ ଲଣ୍ଡନ ଯାତ୍ରା କରିଛନ୍ତି। ପ୍ରାୟ ଏକ ସପ୍ତାହ ହେବ ଶରିଫଙ୍କର ଏହି ଗସ୍ତ ସ୍ଥଗିତ ରଖାଯାଇଥିଲା। କାରଣ ଏକ୍‌ଜିଟ୍‌ କଣ୍ଟ୍ରୋଲ ଲିଷ୍ଟରୁ ତାଙ୍କ ନାମ ହଟାଯାଇ ନ ଥିବାରୁ ସେ ବିଦେଶ ଯାତ୍ରା କରିପାରୁ ନ ଥିଲେ। ଶରିଫ ଗସ୍ତ କରୁଥିବା ଏୟାର ଆମ୍ବୁଲାନ୍ସରେ ଆଇସିୟୁ, ଅପରେଶନ ଥିଏଟର, ଡାକ୍ତରୀ ଓ ପାରାମେଡିକାଲ ଦଳ ରହିଛନ୍ତି। ସୂଚନାଯୋଗ୍ୟ, ଜେଲ୍‌ରେ ଥିବା ଶରିଫଙ୍କ ସ୍ବାସ୍ଥ୍ୟ ବିଗିଡି ଯିବାରୁ ତାଙ୍କୁ ଲାହୋର ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ଏହାପରେ ଅଧିକ ଚିକିତ୍ସା ପାଇଁ ସେ ବିଦେଶ ଯିବେ ବୋଲି ପୁଣି ଥରେ ଆବେଦନ କରିବାରୁ କୋର୍ଟ ତାଙ୍କୁ ବିଦେଶ ଗସ୍ତର ଅନୁମତି ମଧ୍ୟ ପ୍ରଦାନ କରିଥିଲେ।

.