ଆଖି ସମସ୍ୟା ଥିଲେ ଆପଣନ୍ତୁ ଏହିସବୁ ଉପାୟ

0
3

ଆଖି ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ଏହାଦ୍ୱାରା ଆମେ ସୁନ୍ଦର ପୃଥିବୀକୁ ଦେଖିବା ସଙ୍ଗେ ସଙ୍ଗେ ନିଜର ଜୀବନକୁ ଅତିବାହିତ କରିଥାଉ। ଏଥିପାଇଁ ଆଖିର ଯତ୍ନ ନେବା ଆମ ପାଇଁ ବହୁତ ଜରୁରୀ।
ଜାଣନ୍ତୁ ଆଖି ସମସ୍ୟାର କିଛି ଘରୋଇ ଉପଚାର।
ନିଦ ଯଦି ପୂରା ହୋଇନଥାଏ, ଅସ୍ବଚ୍ଛିତ ପଦାର୍ଥ ଆଖିରେ ପଡ଼ିଥାଏ ବା ଅଧିକ କ୍ଲାନ୍ତି ଲାଗିଲେ
ତେବେ ଆଖି ଲାଲ୍‌ ପଡ଼ିଯାଏ। ଏଥିରେ ଅଁଳା ପାଣିରେ ଆଖି ଧୋଇବା ବା ଗୋଲାପ ଜଳ
ପକାଇଲେ ଭଲ।
ଆଖିରେ ଆଘାତ ଲାଗିବା, ଜ୍ୱଳନ ହେବା, ଲଙ୍କା ବା କୌଣସି କୀଟପତଙ୍ଗ ଯଦି ଆଖିରେ ପଡ଼ିଯାଆନ୍ତି, ତେବେ ଆଖି ଲାଲ୍‌ ହେବା ସ୍ବାଭାବିକ। କ୍ଷୀର ଗରମ କରି ସେଥିରେ ତୁଳା ଭିଜାଇ ଥଣ୍ଡା ହେବା ପରେ ଏହାକୁ ଆଖିରେ ରଖିଲେ ଲାଭ ହୋଇଥାଏ।
ଆଖି ତଳେ ଯଦି କଳା ଦାଗ ପଡ଼ୁଥାଏ ତେବେ ସୋରିଷ ତେଲର ମାଲିସ୍‌ କରିବା ଦ୍ୱାରା କିମ୍ବା ଶୁଖିଲା ଅଁଳା ଏବଂ ମିଶ୍ରିକୁ ଚୂର୍ଣ୍ଣ କରି ସମାନ ମାତ୍ରାରେ ୧ ରୁ ୫ ଗ୍ରାମ୍‌ ସକାଳେ ଏବଂ ସନ୍ଧ୍ୟାରେ ପାଣି ସହିତ ପିଇଲେ ଲାଭ ହୋଇଥାଏ।

.