ଶୀତଦିନେ କରନ୍ତୁ ସୂର୍ଯ୍ୟମୁଦ୍ରା

0
2

ସାଧାରଣତଃ ଯୋଗ କଲେ ଶରୀର ସୁସ୍ଥ ରହିଥାଏ ବୋଲି ସମସ୍ତଙ୍କୁ ଜଣା। ହେଲେ କେଉଁ ସମୟରେ କେଉଁ ଯୋଗ କରିବା ଉଚିତ୍‌ ତାହା ଯୋଗଗୁରୁଙ୍କ ପରାମର୍ଶରେ କଲେ ଭଲ। କେବଳ ଯୋଗ ନୁହେଁ କିଛି ମୁଦ୍ରା ମଧ୍ୟ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ସେଥିମଧ୍ୟରୁ ଗୋଟିଏ ହେଲା ସୂର୍ଯ୍ୟମୁଦ୍ରା। ଏହାକୁ ଶୀତଦିନେ ଅଭ୍ୟାସ କଲେ ଲାଭ ମିଳିଥାଏ।
-ଏହି ମୁଦ୍ରା ଶରୀରରେ ଏନର୍ଜି ବୃଦ୍ଧି କରିବା ସହ ଆଳସ୍ୟ ଦୂରେଇ ଦେଇଥାଏ।
-ଥକରେ ମାତ୍ର ୫ ମିନିଟ୍‌ ପାଇଁ ଏହାକୁ କରିବା ଭଲ।
-ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ତାପମାତ୍ରା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।
-ବିଶେଷ କରି ଶୀତଦିନେ ଏହି ମୁଦ୍ରା କଲେ କମ୍‌ ଥଣ୍ଡା ଲାଗେ ବୋଲି ବିଶେଷଜ୍ଞମାନେ କୁହନ୍ତି।
-ଗରମ ଦିନେ ବା ଖରାଦିନେ ଏହି ମୁଦ୍ରା କରିବା ପୂର୍ବରୁ ଏକ ଗ୍ଲାସ ପାଣି ପିଇବା ଭଲ।
-ଏହି ମୁଦ୍ରା କଲେ ହଜମ ଶକ୍ତି ବୃଦ୍ଧି ହୋଇଥାଏ। ଭୋକ ଲାଗିଥାଏ। ହାତ ଗୋଡରେ ହେଉଥିବା ସମସ୍ୟା ମଧ୍ୟ ଏହାଦ୍ୱାରା ଦୂର ହୋଇଥାଏ।
-ଯୋଗଗୁରୁଙ୍କ ପରାମର୍ଶ କ୍ରମେ ସୂର୍ଯ୍ୟମୁଦ୍ରା କରିବା ଭଲ।

.