ଶିବାଜୀଙ୍କ ନାଁକୁ ନେଇ ବିବାଦ : ବିକଳ୍ପରେ ଏଭଳି ଭାବେ ନାମ ଲେଖିବାରୁ ଟୁଇଟ୍‌ରରେ ଆରମ୍ଭ ହେଲା #ବଏକଟ୍‌କେବିସି

0
7

ମୁମ୍ବାଇ : କୁଇଜ୍‌ ସୋ’ କୌନ୍‌ ବନେଗା କରୋଡ୍‌ପତି ସୋ’ ଏବେ ଗୋଟେ ପ୍ରଶ୍ନକୁ ନେଇ ବିବାଦରେ ଉଠିଛି । ଯାହା ପାଇଁ ଟୁଇଟ୍‌ରରେ ଲୋକେ #ବଏକଟ୍‌କେବିସି ଟ୍ରେଣ୍ଡ ଆରମ୍ଭ କରିଛନ୍ତି। ବିଗ୍‌ ବି ପଚାରିଥିବା ପ୍ରଶ୍ନର ବିକଳ୍ପରେ ମରାଠା ସମ୍ରାଟ ଛତ୍ରପତି ଶିବାଜୀଙ୍କ ନାଁ କେବଳ ଶିବାଜୀ ଲେଖାଯାଇଥିବାରୁ ଲୋକେ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ବିକଳ୍ପ ଏ, ବି ଓ ସିରେ ମହାରାଣା ପ୍ରତାପ, ମହାରାଜା ରଣଜିତ୍‌ ସିଂହ ଏବଂ ରାଣା ସାଙ୍ଘ  ଲେଖାଯାଇଥିବା ବେଳେ ବିକଳ୍ପ ‘ଡି’ରେ କେବଳ ଶିବାଜୀ ବୋଲି ଲେଖାଯାଇଥିଲା ।

#Boycott_KBC_SonyTv
Doing such is nothing but supporting wrong and disrespecting right for which we have to pay. So wake up just for money and entertainment dont forget what is right and what is worng. Open ur eyes dont act blind. pic.twitter.com/plAWvabbSQ

— teena khera (@teenakhera) November 8, 2019

ଲୋକଙ୍କ କହିବା ଅନୁଯାୟୀ, ଏଭଳି କରି ଶିବାଜୀଙ୍କୁ ଅପମାନିତ କରାଯାଇଛି । ପ୍ରଶ୍ନରେ ଔରାଙ୍ଗଜେବ୍‌ଙ୍କ ନାଁ ଆଗରେ ମୋଗଲ ସମ୍ରାଟ ବୋଲି ଲେଖାଯାଇଥିଲେ ମଧ୍ୟ ଜନ୍ମମାଟି ପାଇଁ ଅନେକ କିଛି କରିଥିବା ଶିବାଜୀଙ୍କ ନାଁ ଆଗରେ କିଛି ବି ଲେଖାଯାଇ ନଥିଲା । ଏଭଳି କରି ସୋନି ଟିଭି ଶିବାଜୀଙ୍କୁ ଅପମାନିତ କରିଛି ।

#Boycott_KBC_SonyTv
The Father Of Indian Navy..The Great Leader ..and The Hindu Dharm Rakshak …Our Pride…Our every single hindu is safe because of The Great Chatrapati Shivaji Maharaj..is called in single word..how dissrespectful is that @SonyTV 😡😡😡😡😡😡🚩 pic.twitter.com/9eS02kClhI

— Your Father (@YourFat54157139) November 8, 2019

ବିଗ୍‌ ବି ପଚାରିଥିବା ପ୍ରଶ୍ନଟି ଥିଲା, ଏହା ମଧ୍ୟରୁ କେଉଁ ଶାସକ ମୋଗଲ ସମ୍ରାଟ ଔରାଙ୍ଗଜେବ୍‌ଙ୍କ ସମକାଳୀନ ଥିଲେ? ପ୍ରଶ୍ନର ୪ଟି ବିକଳ୍ପ ମଧ୍ୟରେ କେବଳ ଶିବାଜୀ ବୋଲି ଲେଖାଯାଇଥିବାରୁ ଲୋକେ କେବିସିକୁ ବନ୍ଦ କରିବା ପାଇଁ ଦାବି କରିବା ଆରମ୍ଭ କରିଛନ୍ତି ।

#Boycott_KBC_SonyTv my respect for the show & the anchor has taken a huge dip when i see that the respectable #ChatrapatiShivajiMaharaj is denigrated by being called by first name only & the worst of all Mughal rules aurangzeb being ennobled with such respect @VikasSaraswat pic.twitter.com/9UGJKaz1Tv

— Thakur Singh (@cathakursingh) November 8, 2019

ତେବେ ଏଭଳି ବିରୋଧ ପ୍ରଦର୍ଶନକୁ ଦେଖି ସୋନି ଟିଭି କ୍ଷମା ପ୍ରାର୍ଥନା କରିଛି । ଟୁଇଟ୍‌ କରି, ଅସାବଧାନତା ପାଇଁ ଛତ୍ରପତି ଶିବାଜୀ ମହାରାଜଙ୍କ ନାଁ ଭୁଲ ଭାବରେ ଲେଖି ଦିଆଯାଇଥିଲା । ଏଭଳି ଭୁଲ ପାଇଁ ଆମେ ପଶ୍ଚାତାପ କରୁଛୁ । ଏହା ସହ କ୍ଷମା ଚାହୁଁଛୁ ବୋଲି ଲେଖିଛି ସୋନି ଟିଭି ।

There was an inaccurate reference to Chhatrapati Shivaji Maharaj during Wednesday’s KBC episode, due to inadvertence. We deeply regret the same and being mindful of the sentiments of our viewers have carried a scroll expressing regret during our episode yesterday. #KBC11 pic.twitter.com/FLtSAt9HuN

— Sony TV (@SonyTV) November 8, 2019