କାହିଁକି ଫେରି ପାରୁ ନାହାଁନ୍ତି ରାମ

0
5

ମୁମ୍ବାଇ: ଟେଲିଭିଜନ ପରଦାରେ ଦିନେ ଚହଳ ପକାଇଥିବା ରାମାନନ୍ଦ ସାଗରଙ୍କ ଧାରାବାହିକ ରାମାୟଣ ଏବେବି ଦର୍ଶକଙ୍କ ମନରେ ଅଭୁଲା ହୋଇରହିଛି। ଯେତେବେଳେ ଏହା ପ୍ରସାରଣ ହେଉଥିଲା ସେତେବେଳେ ରାସ୍ତାଘାଟ ଶୂନଶାନ୍‌ ହୋଇ ଯାଉଥିଲା। ଆଉ ଏଥିରେ ମୁଖ୍ୟ ଭୂମିକା ଅର୍ଥାତ୍‌ ରାମଙ୍କ ଚରିତ୍ରରେ ଅଭିନୟ କରୁଥିବା ଅରୁଣ ଗୋବିଲ ମଧ୍ୟ ଘରେ ଘରେ ବେଶ୍‌ ପରିଚିତ ଥିଲେ। ଏମିତିକି ଦର୍ଶକେ ତାଙ୍କୁ ସତକୁ ସତ ରାମ ବୋଲି ଭାବୁଥିଲେ। ଏହାପରେ ଅରୁଣ କିଛି ଧାରାବାହିକରେ କାମ କରିବାର ସୁଯୋଗ ପାଇଲେ। ତା’ସହ କିଛି ବଲିଉଡ୍‌ ଫିଲ୍ମରେ ମଧ୍ୟ ଅଭିନୟ କଲେ। ହେଲେ ଏହା ଭଲ ବିଜନେସ୍‌ କରିପାରିଲା ନାହିଁ। ଏହାପରେ ସେ ତାଙ୍କ ଚରିତ୍ରରେ ପରିବର୍ତ୍ତନ ଆଣି ଦର୍ଶକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କଲେ। ଏମିତିକ ବୋଲ୍ଡ ପୁଣି ଖଳନାୟକ ଭଳି ଚରିତ୍ର ମଧ୍ୟ ଅଭିନୟ କଲେ ଅରୁଣ। ହେଲେ ଦର୍ଶକେ ତାକୁ ଆଦୌ ପସନ୍ଦ କଲେ ନାହିଁ। ଏବେ ଅରୁଣ କୁହନ୍ତି ଦର୍ଶକଙ୍କ ମନରେ ସେ ରାମ ଚରିତ୍ରର ଯେଉଁ ଛାପ ଛାଡି ଯାଇଛନ୍ତି ତାକୁ ଦର୍ଶକେ ସହଜରେ ଭୁଲି ପାରୁ ନାହାଁନ୍ତି। ଯେଉଁଥିପାଇଁ ସେ ପୁଣିଥରେ ଅଭିନୟ ଦୁନିଆକୁ ଫେରି ପାରୁନାହାଁନ୍ତି ବୋଲି କହିଛନ୍ତି। କାରଣ ଦର୍ଶକେ ତାଙ୍କୁ ରାମଙ୍କ ଭଳି ଭୂମିକାରେ ଦେଖିବାକୁ ଚାହୁଁଛନ୍ତି।

.