ବିଜେପିରେ ମିଶିବେ କି ଦାଦା! ଏପରି କିଛି କହିଲେ ଅମିତ ଶାହା

0
4

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ ବିସିସିଆଇର ସଭାପତି ବନିବା ସ୍ଥିର ହୋଇଛି। ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ସେ ଏ ପ୍ରସଂଗରେ ସେ ବିସିସିଆଇ ସହ କୌଣସି କଥା ହୋଇନାହାନ୍ତି।

ଗଣମାଧ୍ୟମରେ ସାକ୍ଷାତ୍‌କାର ଦେଇ ଶାହା କହିଛନ୍ତି, ‘ବିସିସିଆଇର ସଭାପତି କାହାକୁ ବନାଇବା ଉଚିତ ତାହା ମୁଁ ନିର୍ଣ୍ଣୟ ନେଇ ପାରିବି ନାହିଁ। ଏହା ବିସିସିଆଇର ନିର୍ବାଚନ ପ୍ରକ୍ରିୟା ଦ୍ୱାରା ହିଁ ସ୍ଥିର ହୋଇଥାଏ।’

www.hindustantimes.com

ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି ‘ମୁଁ ସୌରଭଙ୍କ ସହ କେବେ ଭାଜପା ସହ ଯୋଡ଼ିବା ନେଇ କଥା ହୋଇନାହିଁ। ମୁଁ କେବେ ଏ ନେଇ ଚେଷ୍ଟା ବି କରିନି। ତାଙ୍କୁ ଆମ ଦଳ ସହ ଯୋଡ଼ି ହେବାକୁ ମନାବି କରାଯାଇ ନାହିଁ।’

ଗାଙ୍ଗୁଲୀ ଯଦି ନିଜ ଇଚ୍ଛାରେ ବିଜେପିରେ ଯୋଗ ଦେବାକୁ ଚାହାନ୍ତି ତ ତାଙ୍କ ପାଇଁ ଦୁଆର ଖୋଲା ଅଛି। ପଶ୍ଚିମବଙ୍ଗରେ ବିଜେପି ବିନା ଲୋକପ୍ରିୟ ଚେହେରାରେ ବି ୧୮ଟି ଆସନ ଜିତିଛି। ଏମିତି ନୁହେଁ ଯେ ଲୋକପ୍ରିୟ ଚେହେରା ଆବଶ୍ୟକ ନାହିଁ। ମାତ୍ର ଚେହେରା ବିନା ବି ଦଳ ସଂଖ୍ୟା ଗରିଷ୍ଠତା ହାତେଇବ ବୋଲି ଶାହା ସାକ୍ଷାତ୍‌କାରରେ କହିଛନ୍ତି।