ସତ୍ୟପୀରଙ୍କୁ କରମବୀର ଚକ୍ର ପୁରସ୍କାର

0
2

ଭବାନୀପାଟଣା,୧୪।୧୦(ଡି.ଏନ୍‌.ଏ.): ଓଡ଼ିଶାର ପଞ୍ଚ୍‌ମ୍ୟାନ୍‌ ଭାବେ ପରିଚିତ କଳାହାଣ୍ଡି ଜିଲା ସଦର ବ୍ଲକ ଅନ୍ତର୍ଗତ ଦେପୁର ଗାଁର ସତ୍ୟପୀର ପଧାନଙ୍କୁ ରବିବାର କରମବୀର ଚକ୍ର ପୁରସ୍କାରରେ ପୁରସ୍କୃତ କରାଯାଇଛି। ବିଶ୍ୱ ନେତୃତ୍ୱ ଫେଲୋଶିପ୍‌ ଆଇସିଓଏନ୍‌ଜି ଏବଂ ଜାତିସଂଘ ଡୋଗ୍ରା ହଲ୍‌ ଆଇଆଇଟି ଦିଲ୍ଲୀ ଦ୍ୱାରା ତାଙ୍କୁ ସମ୍ମାନିତ କରାଯାଇଛି। ବ୍ୟକ୍ତିଗତ ଭାବେ ଦୁଇଟି ଗିନିଜ୍‌ ୱାର୍ଲଡ ରେକର୍ଡ କରିବା ସହ ଦେଶରେ ଯୁବଗୋଷ୍ଠୀକୁ ଏଭଳି କୀର୍ତ୍ତିମାନ କରିବା ଲାଗି ପ୍ରେରିତ କରିଥିବାରୁ ସତ୍ୟପୀରଙ୍କୁ ଏହି ପୁରସ୍କାର ଓ ଫେଲୋଶିପ୍‌ ଦିଆଯାଇଛି। ସତ୍ୟପୀରଙ୍କ ଏହି ସଫଳତା ନେଇ ଜିଲାର ବହୁ ବୁଦ୍ଧିଜୀବୀ ଓ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

.