କୋଲେଷ୍ଟରଲସ୍ତର କମାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

0
26

ପ୍ରତିଦିନ ସକାଳେ ଅଧା କପ୍‌ ଗାଜର ରସ ପିଇଲେ ଅନେକ ଉପକାର ମିଳିଥାଏ। ଗାଜର ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ହଷ୍ଟନ ବିଶ୍ୱବିଦ୍ୟାଳୟରେ ହୋଇଥିବ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରେ ଥିବା ବିଟା-କାରୋଟିନ୍‌ ଭିଟାମିନ୍‌ ଏ’କୁ ପରିବର୍ତ୍ତିତ ହୋଇଥାଏ। ଫଳରେ ବିଭିନ୍ନ ଆଖି ରୋଗରୁ ମୁକ୍ତି ମିଳିଥାଏ। ଗାଜର ରସରେ ଥିବା କାରୋଟିନଏଡ୍‌ ଆଣ୍ଟି ଅକ୍ସିଡାଣ୍ଟ ଭାବେ କାର୍ଯ୍ୟ କରେ। ଏଥିରେ ଭିଟାମିନ୍‌ ସି, ଭିଟାମିନ୍‌-ବି-୬ କର୍କଟ ରୋଗ ଆଶଙ୍କା କମ୍‌ କରିଥାଏ। ଗାଜର ରସରେ ପ୍ରଚୁର ମାତ୍ରାରେ ପୋଟାସିୟମ୍‌, ଫସଫରସ୍‌ ଆଦି ରହିଥାଏ। ଏସବୁ ସ୍ମୃତିଶକ୍ତି ବଢ଼ିବାରେ ସହାୟତା କରିବା ସହିତ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିଥାନ୍ତି। ଏହା ରକ୍ତ ସଞ୍ଚାଳନ ସ୍ବାଭାବିକ କରିବା ସହିତ ଉଚ୍ଚରକ୍ତ ଚାପ ଓ ଡାଇବେଟିସ୍‌ ରୋଗରୁ ମୁକ୍ତି ଦେଇଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ସୂଚିତ ହୋଇଛି।

.