ଫନି ର ପ୍ରଥମ ଶିକାର, ପୁରୀ ରେ ଜଣେ ମୃତ

0
122

ଏଇ କିଛି ସମୟ ପୂର୍ବ ରୁ ଫନି ବାତ୍ୟା ପୁରୀ ରେ ସ୍ଥଳଭାଗ କୁ ପ୍ରବେଶ କରିଛି. ତା ପ୍ରଭାବ ରେ ସମଗ୍ର ପୁରୀ ଜଳମଗ୍ନ ହୋଇ ଯାଇଛି, ଫନି ର ପ୍ରଭାବ ରେ ରାଜ୍ୟ ର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷ ସହ ପବନ ବହୁଛି. ପୁରୀ ର ତଳ ଅଂଚଳ ରେ ଥିବା ବସ୍ତି ମାନକ ରେ ପାଣି ପଶି ଯାଇଛି. ଏହା ସହ ଫନି ର ପ୍ରଭାବ ରେ ପୁରୀ ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି.ଏହି ତୁଫାନ ସ୍ଥଳଭାଗ ଛୁଇଁଲା ପରେ ୧୭୫ କିଲୋମିଟର ବେଗରେ ପବନ ବହୁଛି. ପବନ ରେ ବେଗ ୧୮୦-୨୦୦ କିଲୋମିଟର ଯାଇ ବଢିପାରେ ବୋଲି ଆଶା କରା ଯାଉଛି.

ଏହି ଭୟଙ୍କର ତୁଫାନ ୧୯୯୯ ପରେ ଏହା ଓଡିଶା ବାସୀଙ୍କ ପାଇଁ ସବୁଠୁ ବଡ ତୁଫାନ. ଏହି ତୁଫାନ ରେ ରାସ୍ତା ରେ ପ୍ରାୟ ୧୦୦୦୦ ଗାଁ ଏବଂ 52 ସହର ଆସିବ. ରାଜ୍ୟ ସରକାର ପ୍ରାୟ ୧୫ ଟି ଜିଲ୍ଲା ରେ ପାଖାପାଖି ୧୫ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନ କୁ ସ୍ଥାନାନ୍ତରିତ କରାଇଛନ୍ତି.