ଆଇଟମ୍ ସଙ୍ଗକୁ ନେଇ କ’ଣ କହିଲେ ମଲାଇକା

0
107

ମୁମ୍ବାଇ: ଏବେ ଆଇଟମ୍ ନମ୍ବରର ଚାହିଦା ବେଶ୍ ଅଧିକ । ପ୍ରାୟ ସବୁ ଚଳଚ୍ଚିତ୍ରରେ ଦେଖିବାକୁ ମିଳୁଛି ଆଇଟମ୍ ସଙ୍ଗ । ଏହିି ଆଇଟମ୍ ସଙ୍ଗରେ ଡ୍ୟାନ୍ସ କରିବାରେ ବେଶ୍ ଧୁରନ୍ଧର ଆଇଟମ୍ କୁଇନ୍ ମଲାଇକା ଆରୋରା । ପଞ୍ଜାବି ଫିଲ୍ମଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ପ୍ରାୟ ସବୁ ଜାଗାରେ ଆଇଟମ୍ ନମ୍ବରରେ ଠୁମ୍କା ଲଗାଇଛନ୍ତି ମଲାଇକା । ହେଲେ ଏହି ଆଇଟମ ଯେ କାହାକୁ ପରିଚୟ ଦିଏନାହିଁ ନିକଟରେ ସେ ଏହା ସ୍ପଷ୍ଟ କରିଛନ୍ତି । କାରଣ ଆଇଟମ୍ କାହାପାଇଁ ଏକ ଟ୍ୟାଗ ନୁହଁ ବୋଲି ସେ କହିଛନ୍ତି । ତେଣୁ ଯାହା କରିବାକୁ ଭଲଲାଗେ ତାହା କଲେ ନିଜକୁ ସନ୍ତୁଷ୍ଟ ଲାଗେ ବୋଲି ମଲାଇକା ମତ ରଖିଛନ୍ତି ।