ଏଠି ସୁନ୍ଦର ଝିଅଙ୍କୁ ବାହାହେଲେ ସରକାର ଦିଅନ୍ତି ମୋଟାଅଙ୍କ ଦରମାର ଚାକିରି

0
140

ବିବାହ ଅର୍ଥ ଦୁଇଟି ଅଜଣା ମନର ମିଳନ । ଯେଉଁଥିପାଇଁ ଉଭୟ ବରକନ୍ୟା କିଛି ଅର୍ଥ ଖର୍ଚ୍ଚ କରି ଏହି ପବିତ୍ର ବନ୍ଧନରେ ବାନ୍ଧି ହୋଇଥାଆନ୍ତି । ବିଶେଷ କରି କନ୍ୟା ପକ୍ଷରୁ ଅଧିକ ଖର୍ଚ୍ଚ କରିବାକୁ ପଡିଥାଏ । ହେଲେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ ମିଳନ୍ତି ସୁନ୍ଦର ଝିଅ ହେଲେ ଏମାନଙ୍କ ପାଇଁ ବରପକ୍ଷ କିଛି ଖର୍ଚ୍ଚ ନ କରି ବିବାହ କରିପାରିବେ । ଆଇସଲାଣ୍ଡରେ ହେଉଛି ଏମିତି ବିବାହ । ଏଠାରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଫଳରେ ଅଧିକାଂଶ ମହିଳା ଅବିବାହିତ ରହିଯିବା ସହ ଏହାର ପ୍ରଭାବ ଜନସଂଖ୍ୟା ଉପରେ ପଡିଛି । ସେଥିପାଇଁ ସରକାର କହିଛନ୍ତି ଯିଏ ସେଠାରେ ଥିବା ସୁନ୍ଦରୀ ଯୁବତୀଙ୍କୁ ବିବାହ କରିବ ସେହି ଯୁବକ ସେଠାକାର ନାଗରିକତ୍ୱ ଗ୍ରହଣ କରିବା ବାଧ୍ୟତାମୂଳକ । ଏହାସହ ବିବାହ ସମୟରେ ସରକାରଙ୍କ ତରଫରୁ ୩ ଲକ୍ଷ ଟଙ୍କା ଯୋଗାଇ ଦିଆଯିବା ସହ ଏକ ଚାକିରି ମଧ୍ୟ ପ୍ରଦାନ କରାଯିବ । ଯାହାର ମାସିକ ଦରମା ମଧ୍ୟ ରହିବ ଆଖି ଦୃଶିଆ ।