ବିବାହ ସ୍ୱାସ୍ଥ୍ୟପାଇଁ ଉତ୍ତମ

0
148

ଅନେକେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଚାହାନ୍ତି ନାହିଁ। ସେହିପରି କେତେଜଣ ଯୁବପିଢ଼ି ପ୍ରେମ କରନ୍ତି ହେଲେ ବିବାହ ନ କରିବାକୁ ନାନା ବାହାନା ଖୋଜନ୍ତି। କିନ୍ତୁ ବିବାହ ସ୍ବାସ୍ଥ୍ୟ ପାଇଁ ଭଲ ବୋଲି ଦର୍ଶାଉଛି ଏକ ନୂଆ ଅନୁସନ୍ଧାନ। ବିବାହ ଦ୍ୱାରା ଶରୀର ଉପରେ ସକରାତ୍ମକ ପ୍ରଭାବ ପଡ଼ିଥାଏ ଏବଂ ତାହା ସ୍ବାସ୍ଥ୍ୟକୁ ସୁସ୍ଥ ରଖେ। ଏପରି କି ଏହାଦ୍ୱାରା ହୃଦ୍ରୋଗ ଆଶଙ୍କା ଥିବା ବ୍ୟକ୍ତିଙ୍କ ଜୀବିତ ରହିବାର ସମ୍ଭାବନା ବଢ଼ିଯାଏ। ଗବେଷକମାନେ ଉଚ୍ଚ ରକ୍ତଚାପ, କୋଲେଷ୍ଟେରଲ, ଟାଇପ୍-୨ ମଧୁମେହ ରୋଗୀରେ ପୀଡ଼ିତ ୯ଲକ୍ଷରୁ ଊର୍ଦ୍ଧ୍ୱ ରୋଗୀଙ୍କ ସମ୍ପର୍କରେ ଅନୁସନ୍ଧାନ କରି ଜାଣିବାକୁ ପାଇଲେ ଯେ, ଯେଉଁମାନେ ବିବାହିତ ସେମାନେ ଅଧିକରୁ ଅଧିକ ଦିନ ଜୀବିତ ରହିବାର ଭଲ ସୁଯୋଗ ପାଇଥାନ୍ତି। ବର୍ମିଂହାମ୍ର ଆଷ୍ଟନ ମେଡିକାଲ ସ୍କୁଲ ପକ୍ଷରୁ ଏହି ଅନୁସନ୍ଧାନ କରାଯାଇଥିଲା। ଅନୁସନ୍ଧାନକାରୀମାନେ ରୋଗୀମାନଙ୍କ ବୈବାହିକ ସ୍ଥିତିକୁ ନେଇ ତୁଳନା କରିଥିଲେ। ସେମାନେ ଜାଣିପାରିଥିଲେ ଯେ, ଉଚ୍ଚ କୋଲେଷ୍ଟେରଲରେ ପୀଡ଼ିତ ଅବିବାହିତଙ୍କ ତୁଳନାରେ ଜଣେ ବିବାହିତ ବ୍ୟକ୍ତି ୧୬ ପ୍ରତିଶତ ଅଧିକ ବଞ୍ଚତ୍ରହିବା ଆଶା ରହିଛି। ହେଲେ ଯେଉଁମାନେ ମଧୁମେହରେ ପୀଡ଼ିତ ସେମାନେ ୧୪ ପ୍ରତିଶତ ଏବଂ ଯେଉଁମାନେ ଉଚ୍ଚ ରକ୍ତଚାପରେ ପୀଡ଼ିତ ସେମାନେ ଅବିବାହିତଙ୍କ ତୁଳନାରେ ୧୦ ପ୍ରତିଶତ ଅଧିକ ବଞ୍ଚତ୍ ରହି ପାରନ୍ତି। ଅନୁସନ୍ଧାନକାରୀ ଦଳର ମୁଖ୍ୟ ଡ. ପାଉଲ କାର୍ଟର କୁହନ୍ତି, ଜଣେ ବିବାହିତଙ୍କୁ ରୋଗ ନିୟନ୍ତ୍ରଣ ପାଇଁ ଜୀବନସାଥୀଙ୍କଠାରୁ ପ୍ରେରଣା, ସହାୟତା ନିରନ୍ତର ମିଳିଥାଏ। ଏଥିରୁ ବିବାହିତ ବ୍ୟକ୍ତିଙ୍କୁ ରୋଗ ସହ ଲଢ଼େଇ କରିବାକୁ ମନୋବଳ ମିଳିଥାଏ। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ହୃଦରୋଗୀଙ୍କ କ୍ଷେତ୍ରରେ ବୈବାହିକ ଜୀବନ ଭଲ ପ୍ରଭାବ ପକାଇଥାଏ। ଅନୁସନ୍ଧାନ ବିବାହ କରିବାର କାରଣ ଦର୍ଶାଉନାହିଁ। ବରଂ ବିବାହ ଦ୍ୱାରା ଲୋକଙ୍କୁ ପରିବାରବର୍ଗଙ୍କ ସହିତ ଦୃଢ଼ ସମ୍ପର୍କ ସୃଷ୍ଟି କରିବାରେ ଉତ୍ସାହ ମିଳିଥାଏ ବୋଲି କାର୍ଟର କହିଛନ୍ତି।