୧.୩୨ କୋଟିର ବଜେଟ ଉପସ୍ଥାପନ

0
188

ଭୁବନେଶ୍ୱର : ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛନ୍ତି। କାମଚଳା ବଜେଟ ବାସ୍ତବ ଭାବେ ବିକାଶକେନ୍ଦ୍ରିକ, ଚାଷୀ, ଗରିବ, ମହିଳା, ଯୁବ ଓ ଅନୁସୂଚିତ ଜାତି-ଜନଜାତି ବର୍ଗର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ଥିବା ବଜେଟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ନିର୍ବାଚନୀ ବର୍ଷ ଥିବାରୁ ସରକାର ପ୍ରଥମ ୪ ମାସ ପାଇଁ ୫୬, ୯୨୧ କୋଟି ଲେଖାନୁଦାନ ଆଗତ କରିଛନ୍ତି। ଜାତୀୟ ହାରଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ ରହିଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି। ଫଳପ୍ରଦ ଓ ରାଜ୍ୟବାସୀଙ୍କୁ ଦକ୍ଷ ସେବା ପାଇଁ ଥ୍ରୀଟି ଉପରେ ଗୁରୁତ୍ଵ ଦିଆଯାଉଛି। କୃଷକମାନଙ୍କ ଆୟ ଦ୍ଵିଗୁଣିତ କରିବାରେ ଆମେ ସଫଳ ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ୨୦୧୮-୧୯ରେ ମୋଟ୍ ଘରୋଇ ଉତ୍ପାଦର ଅଭିବୃଦ୍ଧି ହାର ୮.୩୫ ପ୍ରତିଶତ ରହିଛି। ୨୦୦୫ଠାରୁ ରାଜ୍ୟ କ୍ରମାଗତ ବଳକା ରାଜ୍ୟ ଭାବେ ପରିଗଣିତ ହୋଇଛି। ଏହା ସହିତ ରାଜ୍ୟ ସରକାରଙ୍କ ସଫଳତା ବଖାଣିଛନ୍ତି ଅର୍ଥମନ୍ତ୍ରୀ।

ଏହି  ବଜେଟରେ ସାମାଜିକ ସୁରକ୍ଷା ଭତ୍ତା ୨ ଶହ ଟଙ୍କା ବୃଦ୍ଧି କରାଯାଇଛି। ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ମାଧ୍ୟମରେ ସମସ୍ତଙ୍କୁ ମାଗଣା ସ୍ଵାସ୍ଥ୍ୟ ସେବା ସେବା ବ୍ୟବସ୍ଥା କରାଯାଇଛି। ୩ଟି ମେଡିକାଲ କଲେଜ ସିଟ୍ ବୃଦ୍ଧି କରାଯିବା ସହିତ ୪ଟି ନୂଆ ମେଡିକାଲ କଲେଜ ହୋଇଛି।

ଏଥିରେ ପୁଞ୍ଜି ଖର୍ଚ୍ଚ ୨୩ ହଜାର ୭ଶହ ୮୪ କୋଟି ଟଙ୍କା ଆକଳନ କରାଯାଇଛି। ଯାହାକି ସମଗ୍ରୀକ ଘରୋଇ ଉତ୍ପାଦର ୪.୪ ପ୍ରତିଶତ। ନିର୍ବାଚନ ଥିବାରୁ ରାଜ୍ୟ ସରକାର ଆସନ୍ତା ୪ମାସ ପାଇଁ ୫୬ ହଜାର ୯୨୧ କୋଟି ଟଙ୍କାର ଲେଖା ଅନୁଦାନ ଆଗତ କରିଛନ୍ତି।  ଆସନ୍ତା ଆର୍ଥିକ ବର୍ଷରେ ୧ ଲକ୍ଷ ୧୦ ହଜାର ୭୧୦ କୋଟି ଟଙ୍କା ରାଜସ୍ବ ପାଇବେ ବୋଲି ଆକଳନ କରିଥିବା ବେଳେ ୧ ଲକ୍ଷ ୨ ହଜାର ୨୨୭ କୋଟି ବ୍ୟୟବରାଦ କରାଯାଇଛି। ରାଜସ୍ବ ବଳକା ୮ ହଜାର ୪୩୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଯାହାକି ସାମଗ୍ରିକ ଘରୋଇ ଉତ୍ପାଦର ୧.୬ ପ୍ରତିଶତ। ତେବେ ୨୦୧୯-୨୦ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୧୬ ହଜାର ୧୯୩ କୋଟି ତଥା ସାମଗ୍ରିକ ଘରୋଇ ଉତ୍ପାଦର ୩ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଗୁରୁବାର ଅପରାହ୍ନରେ ଏହି ବଜେଟ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ବଜେଟ ସମ୍ପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ କରାଯାଇଛି। ୨୦୧୮-୧୯ରେ ଜାତୀୟ ଅଭିବୃଦ୍ଧି ହାର ଶତକଡା ୭.୨ ଅତିକ୍ରମ କରି ୮.୩୫ ହାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଗତ ୬ ବର୍ଷର ଜାତୀୟ ଆର୍ଥିକ ଅଭିବୃଦ୍ଧି ହାର ହାରାହାରି ୭.୧ ପ୍ରତିଶତ ରହିଥିବା ବେଳେ ଓଡ଼ିଶାର ଅଭିବୃଦ୍ଧି ହାର ୮ ପ୍ରତିଶତଠାରୁ ଅଧିକ ରହିିଛି। ବିଶ୍ୱ ଓ ରାଷ୍ଟ୍ରୀୟ ଅର୍ଥନୀତି ଅଭିବୃଦ୍ଧି ହାର ଏହି ଧାରା ଅବ୍ୟାହତ ରହିଲେ ରାଜ୍ୟ ଅର୍ଥନୀତି ଆସନ୍ତା ଆର୍ଥିକ ବର୍ଷରେ ୮ରୁ ୮.୫ ପ୍ରତିଶତକୁ ବୃଦ୍ଧି ହେବ ବୋଲି ଅନୁମାନ କରାଯାଇଛି। ଆସନ୍ତା ବଜେଟରେ କୃଷି, ଖାଦ୍ୟ ନିରାପତ୍ତା, ସାମାଜିକ ନିରାପତ୍ତା, ସ୍ବାସ୍ଥ୍ୟ, ମହିଳା ଶସକ୍ତିକରଣ, ଜନଜାତି ବିକାଶ, ଯୁବଗୋଷ୍ଠୀଙ୍କ ପାଇଁ କାର୍ଯ୍ୟକ୍ରମ, ଶିକ୍ଷା, କୁଶଳୀ ଓଡ଼ିଶା, କ୍ରୀଡ଼ା, ଜଳସେଚନ ଆଦି ଉପରେ ଗୁରୁତ୍ୱ ଦିଆଯାଇଛି।

କାଳିଆ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୫ଟି କୃଷି ଋତୁ ପାଇଁ ପରିବାର ପିଛା ୨୫ ହଜାର ଟଙ୍କାର ଅନୁଦାନ ଦିଆଯିବ। ଏଥିପାଇଁ ୧୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯିବ। ଆସନ୍ତା ଆର୍ଥିକ ବର୍ଷରେ ଦରମା ବାବଦରେ ୨୫ ହଜାର ୫ ଶହ କୋଟି, ପେନ୍‌ସନ୍‌ ୧୩ ହଜାର ୩ଶହ କୋଟି, ସୁଧଦେୟ ବାବଦରେ ୬ହଜାର ୫ଶହ କୋଟି ଏବଂ ପୁଞ୍ଜି ପରିଚାଳନା ପାଇଁ ୪ ହଜାର ୮ଶହ ୮୦ କୋଟି ଟଙ୍କା ମିଶାଇ ମୋଟ ପ୍ରଶାସନିକ ବ୍ୟୟ ୫୮ ହଜାର ୧୭୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ୭୦ ହଜାର କୋଟି ଖର୍ଚ୍ଚ ହେବ। ଏଥିରେ ସରକାରୀ କ୍ଷେତ୍ର ଓ ସରକାରୀ ଉଦ୍ୟେଗ ପାଇଁ ଯଥାକ୍ରମେ ୬୬ ହଜାର କୋଟି ଓ ୪ ହଜାର କୋଟି ଟଙ୍କା ବ୍ୟୟ ହେବ। ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୨ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହା ଛଡ଼ା ରାଜ୍ୟ ଅର୍ଥରୁ ପୌର ସଂସ୍ଥା ଏବଂ ଉନ୍ନୟନ ସଂସ୍ଥାଗୁଡିକୁ ୬ହଜାର ୪୯୦ କୋଟି ଟଙ୍କା ପ୍ରଦାନ କରାଯିବ।

ଯୋଜନା                     ବ୍ୟୟବରାଦ(କୋଟି)

କାଳିଆ ଯୋଜନା                 ୪୪୬୧

କୃଷି ଋଣ ସୁଦ୍ଧ ରିହାତି         ୮୦୦

ଆମ ଗା: ଆମ ବିକାଶ-ପିଠା         ୪୦୦

ଗ୍ରାମୀଣ ଜଳ ଯୋଗାଣ-ବସୁଧା         ୨୯୩୫

ବଧୁବାବୁ ପେନ୍‌ସନ ଯୋଜନା         ୨୧୨୦

ମିଶନ ଶକ୍ତି                 ୩୦୧

ମମତା                         ୩୦୫

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା         ୮୬୪

ଗୋପବନ୍ଧୁ ଗ୍ରାମୀଣ ଯୋଜନା         ୫୦୦

ବିଜୁ ଯୁବ ବାହିନୀ                 ୧୦୫

ପାର୍ବତୀଗିରି ଉଠାଜନ ସେଚନା       ୧୭୭୭

ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ        ୧୪୬୫

ସଡ଼କ ଉନ୍ନୟନ                         ୧୩୦୦

ଏକ ଟଙ୍କିଆ ଚାଉଳ                 ୧୦୨୮

ଏସ୍‌ସି/ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ବୃତ୍ତି ପ୍ରଦାନ ୯୫୯

୩୩/୧୧ କେଭି ସବ୍‌ଷ୍ଟେଶନ୍‌ ୫୩୩

ବିଜୁ ସେତୁ ଯୋଜନା         ୫୦୦

ରେଳପ୍ରକଳ୍ପ ଉନ୍ନତିକରଣ         ୪୧୦

ଉନ୍ନତି                 ୪୦୧

ଆଡ଼ିବନ୍ଧ ନିର୍ମାଣ         ୩୫୭

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ୩୫୦

ଓଡ଼ିଶା ଆଦର୍ଶ ବିଦ୍ୟାଳୟ         ୩୦୦

ବିହନ ଓ ସାର ପାଇଁ କର୍ପସ ପାଣ୍ଠି ୨୬୦

ଭୂତଳ ଜଳ ଉତ୍ତୋଳନ ୨୫୦

ଏସ୍‌ସି/ଏସ୍‌ଟି ଛାତ୍ରାବାସ ନିର୍ମାଣ ୨୨୭

କେନାଲ ପ୍ରଣାଳୀର ସୁବ୍ୟବସ୍ଥିତ କାର୍ଯ୍ୟକ୍ରମ ୧୦

ରାଜ୍ୟ ରାଜପଥ ଉନ୍ନୟନ ପ୍ରକଳ୍ପ ୨୦୦

ରାଜ୍ୟ ରାଜଧାନୀ ଅଞ୍ଚଳ ବିଦ୍ୟୁତକରଣ ୧୯୦

ଆଇପିଆର୍‌ ଅନ୍ତର୍ଗତ ପ୍ରୋତ୍ସାହନ ୧୮୮

ଆମ ଗାଁ, ଆମ ବିକାଶରେ ପିଠା ଯୋଜନାରେ ୪୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହି ପରି ଆଡିବନ୍ଧ ନିର୍ମାଣ ପାଇଁ ୩୫୭ କୋଟି, ବିଜୁ ସେତୁ ଯୋଜନା ପାଇଁ ୫୦୦ କୋଟି, ରାଜ୍ୟରେ ରେଳ ପ୍ରକଳ୍ପ ଉନ୍ନତିକରଣ ପାଇଁ ୪୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଏହି ଲେଖାନୁଦାନରେ ୩୩/୧୧ କେଭି ବିଦ୍ୟୁତ୍ ଉପକେନ୍ଦ୍ର ସ୍ଥାପନ ପାଇଁ ୫୩୩ କୋଟି , ପ୍ରତ୍ୟେକ ରାଜ୍ୟବାସୀଙ୍କୁ ସୁଦ୍ଧ ଜଳ ଯୋଗାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର  ବସୁଧା ଯୋଜନା ପାଇଁ ୨୯୩୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।  ଏହି ପରି ମଧୁବାବୁ ପେସନସନ ଯୋଜନା ପାଇଁ ୨୧୨୦ କୋଟି,  ମିଶନ ଶକ୍ତି ପାଇଁ ୩୦୧ କୋଟି,  ମମତା ଯୋଜନା ପାଇଁ ୩୦୫  କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ ଟକ୍କର ଦେବା ପାଇଁ ରାଜ୍ୟ ସରକାର ଲାଗୁ କରିଥିବା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୮୬୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବିଜୁ ଯୁବ ବାହିନୀ ପାଇଁ ୧୦୫ କୋଟି,  ପାର୍ବତୀ ଗିରି ବୃହତ୍ତ ଉଠା ଜଳ ସେଚନ ପାଇଁ ୧୭୭୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଚାରି ମାସ ପାଇଁ ଆଗତ ଏହି ଲେଖାନୁଦାନରେ ସଡକ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧୩୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

୨୦୧୯-୨୦ ପାଇଁ ମୋଟ୍ ବ୍ୟୟ ଅଟକଳ ୧,୩୨,୬୬୦ କୋଟି ଟଙ୍କା ରଖାଯାଇଛି।  ୨୦୧୯-୨୦ରେ ପୁଞ୍ଜି ଖର୍ଚ୍ଚ ୨୩ ହଜାର ୭୮୪ କୋଟି ଟଙ୍କା ରଖାଯାଇଛି। ଆର୍ଥିକ ବର୍ଷର ପୁଞ୍ଜି ଖର୍ଚ୍ଚ ମୋଟ୍ ଘରୋଇ  ଉତ୍ପାଦନର ୪.୪ ପ୍ରତିଶତ ରହିଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଏହି ପରି ୨୦୧୯-୨୦ରେ ରାଜସ୍ଵ ପ୍ରାପ୍ତି ଲକ୍ଷ୍ୟ ୧,୧୦,୭୧୦ କୋଟି ରଖାଯାଇଛି।

ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୨ ହଜାର କୋଟି ଦିଆଯିବାର ପ୍ରାବଧାନ କରାଯାଇଛି।  ରାଜ୍ୟ ଅର୍ଥରୁ ସଂସ୍ଥାଗୁଡିକୁ ୬,୪୯୦ କୋଟି ଟଙ୍କା ଦିଆଯିବ। ଗତ ୧୦ ବର୍ଷରେ ୮୦ ଲକ୍ଷ ଲୋକ ଦାରିଦ୍ର୍ୟୟ ସୀମାରେଖା ଉପରକୁ ଉଠିଛନ୍ତି।

ଏହା ବାଦ୍ ୨୦୧୯-୨୦ରେ ବିତ୍ତୀୟ ନିଅନ୍ତ ୧୬,୧୯୩ କୋଟି ଟଙ୍କା ରହିଛି।  ପ୍ରଶାସନିକ ଅଟକଳରେ ଦରମା  ବାବଦକୁ ୨୫ ହଜାର ୫୫୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ପେନସନ ବାବଦରେ ୧୩ ହଜାର ୩୩୦ କୋଟି, ଋଣ ପରିଶୋଧ ଲାଗି ୬ ହଜାର ୫୦୦ କୋଟି, ମେଣ୍ଟେନାନ୍ସ ଓ କ୍ୟାପିଟାଲ ଏକ୍ସପେନ୍ସ ବାବଦରେ ୪ ହଜାର ୮୮୦ କୋଟି ଟଙ୍କା ବ୍ୟବସ୍ଥା ରହିଛି। ୨୦୧୯-୨୦ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୭୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।