ପାରମ୍ପରିକ ଔଷଧ ସମ୍ମୀଳନୀ ୨୦୧୮

0
125

ଭୁବନେଶ୍ୱର, ୦୨/୦୧/୨୦୧୯ -ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ବିଶ୍ୱରେ ପାରମ୍ପରିକ ଔଷଧର ମୁଖ୍ୟ ଭୂମିକା ରହିଛି । ହୋଲିଷ୍ଟିକ ମେଡିସିନ ରିସର୍ଚ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଡା. ଦୀପକ ରାଉତଙ୍କ ଅଧ୍ୟକ୍ଷତାରେ ପାରମ୍ପରିକ ଔଷଧ ସମ୍ମିଳନୀ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ ଯତ୍ନ ସଂପର୍କିତ ଏକ ସଚେତନତା ସମ୍ମୀଳନୀ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞିନିୟରସ୍ ଠାରେ ଉଦ୍ଘାଟିତ ହୋଇଯାଇଅଛି । ଏହି ପାରମ୍ପରିକ ଔଷଧ ସମ୍ମୀଳନୀକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଆଇନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପାରମ୍ପରିକ ଔଷଧର ଉପକାରିତା ଏବଂ ଅଧୁନା ସାରା ବିଶ୍ୱରେ କାର୍ଯ୍ୟ କରୁଥିବା ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ପ୍ରାକୃତିକ ଚିକିସା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ୱାରୋପ ଉପରେ ବକ୍ତବ୍ୟ ରଖିଥିଲେ ।

ଏଥିସହ ପାରମ୍ପରିକ ଔଷଧ ବ୍ୟବହାର ସଂପର୍କରେ ସାରା ରାଜ୍ୟରେ ଜନସାଧାରଣଙ୍କୁ କିଭଳି ଭାବରେ ବ୍ୟାପକ ପ୍ର•ର ପ୍ରସାର ତଥା ସଚେତନ କରାଯାଇପାରିବ ସେ ଦିଗରେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥିଭାବେ ବାଲେଶ୍ୱର ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଏବଂ ଭୁବନେଶ୍ୱର ମହାନଗର ନିଗମର ମେୟର ଅନନ୍ତ ନାରାୟଣ ଜେନା ଯୋଗ ଦେଇ ପାରମ୍ପରିକ ଔଷଧର ବ୍ୟବହାର ଏବଂ ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ ।