୫ ଦିବସୀୟ ଆନ୍ତଃରାଜ୍ୟ ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀ ମାନଙ୍କର ପ୍ରଶିକ୍ଷଣ ଶିବିର ଉଦଯାପିତ

0
81

ଭୁବନେଶ୍ୱର, ୩୧/୧୨/୨୦୧୮ -ଭାରତୀୟ ରେଡକ୍ରସ୍, ଓଡିଶା ରାଜ୍ୟ ଶାଖାର ଯୁବ ରେଡକ୍ରସ୍ ବିଭାଗ ପକ୍ଷରୁ ସ୍ଥାନୀୟ କିଟ ବିଶ୍ୱ ବିଦ୍ୟାଳୟ, ଭୁବନେଶ୍ୱର ଠାରେ ଗତ୨୬ ତାରିଖ ଡିସେମ୍ବର ଠାରୁ ଅୟୋଜିତ ହୋଇଥିବା ୫ ଦିବସୀୟ ଆନ୍ତଃରାଜ୍ୟ ଯୁବ ରେଡକ୍ରସ୍ ପ୍ରଶିକ୍ଷଣ ଶିବିର ଉଦ୍ୟାପିତ ହୋଇଯାଇଅଛି ।
ଏହି ଉଦ୍ୟାପନୀ ଉସôବରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ ଓ ସୁଚନା ଓ ଲୋକ ସଂର୍ପକ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ ଯୁବ ରେଡକ୍ରସ୍ର ଏହି ଭଳି କାର୍ଯ୍ୟକୁ ପ୍ରଶଂସା କରିବାସହ ଅଂଶଗ୍ରହଣ କରିଥିବା ସ୍ୱେଚ୍ଛାସେବୀ ମାନଙ୍କୁ ସମାଜର ବିଭିନ୍ନ କଲ୍ୟାଣ ମୁଳକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ପାଇଁ ଉସ୍ôାହିତ କରିଥିଲେ ।
କିଟ ବିଶ୍ୱବିଦ୍ୟାଳୟର ପ୍ରଫେସର ଜୟନ୍ତ କୁମାର ପରିଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଆଜିର ଯୁବସମାଜକୁ ରେଡକ୍ରସ ଭଳି ମାନବବାଦୀ ସେବା ସଂସ୍ଥା ସମାଜର ଦଃୁସ୍ଥ ଓ ଅବହେଳିତଙ୍କୁ ସେବା ସୋ୍ରତରେ ସାମିଲ କରୁଥିବାରୁ ଭାରତୀୟ ରେଡକ୍ରସ୍ ସୋସାଇଟି ଓଡିଶା ରାଜ୍ୟ ଶାଖାକୁ ଧନ୍ୟବାଦ ଜଣାଇଥିଲେ ।
ଏହି ପ୍ରଶିକ୍ଷଣ ଶିବିରରେ ୬ ଗୋଟି ରାଜ୍ୟ ଯଥା କେରଳ, ତାମିଲନାଡୁ, ହିମାଚଳ ପ୍ରଦେଶ, ବିହାର, ଛତିଶଗଡ, ମଧ୍ୟ ପ୍ରଦେଶ, ସମେତ ଓଡିଶାର ୩୦ଟି ଜିଲ୍ଲାରୁ ପ୍ରାୟ ୫୦୦ ଜଣରୁ ଅଧିକ ସ୍ୱେଚ୍ଛାସେବୀ ଓ ପରାମର୍ଶଦାତା ଅଂଶଗ୍ରହଣ କରିଥିଲେ । ଏହି ୫ ଦିନବ୍ୟାପି ଆୟୋଜିତ ତାଲିମ ଶିବିରରେ ରେଡକ୍ରସ୍ର ଇତିହାସ, ମୌଳିକ ନୀତି ଓ ରେଡକ୍ରସ୍ର ଚିହ୍ନ, ସ୍ୱେଚ୍ଛାକୃତ ରକ୍ତଦାନ, ଯୋଗ, ଏଡସ୍ ସଚେତନତା, ସ୍ୱାସ୍ଥ୍ୟ ଓ ପରିମଳ, ସଡକ ସୁରକ୍ଷା, ଟ୍ରାଫିକ ନିୟମ, ପ୍ରାଥମିକ ଚିକିସôା ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ନିଅାଁ ଲିଭାଇବା କୌଶଳ ଓ ପ୍ରାକୃତିକ ବିପର୍ଯୟ ସଂମ୍ପର୍କରେ ସ୍ୱେଚ୍ଛାସେବୀମାନଙ୍କୁ ବିଶେଷଜ୍ଞ ମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏତଦ୍ ବ୍ୟତୀତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା । ଏହାଛଡା ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇ ୧୬୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହାକୁ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଉଦ୍ଘାଟନ କରିଥିଲେ । ଏହି ଶିବିରରେ ବିଭିନ୍ନ ପ୍ରତିଯୋଗୀତା ଯଥା – ଚିତ୍ରାଙ୍କନ, ପ୍ରବନ୍ଧ, ସ୍ୱତଃସ୍ପୃତ ବକ୍ତୃତା, ସାଧାରଣ ଜ୍ଞାନ, ପ୍ରଦର୍ଶନୀ ଏବଂ ପାରମ୍ପାରିକ ସଙ୍ଗୀତ, ନୃତ୍ୟ, ନାଟକ, ସ୍କିଟ ଆୟୋଜନ କରାଯାଇ କୃତି ଶିିବିରାର୍ଥୀଙ୍କୁ ପୁରଷ୍ଟୃତ କରାଯାଇଥିଲା ।
ଓଡିଶା ରେଡକ୍ରସ୍ ରାଜ୍ୟ ଶାଖାର ଅବୈତନିକ ସଚିବ ମେଜର ଡ. କଳ୍ପନା ଦାସ ସମସ୍ତଙ୍କୁ ସ୍ୱାଗତ କରିବା ସହ ସୁସ୍ଥ ସମାଜ ଗଠନରେ ସ୍ୱେଚ୍ଛାସେବୀମାନଙ୍କର କଣ ଭୁମିକା, ସେ ବିଷୟରେ ଅବଗତ କରାଇଥିଲେ । ଯୁବ ରେଡକ୍ରସ୍ ଅଧିକାରୀ ମେଜର ଡଃ କଳ୍ପନା ଦାସ ଉକ୍ତ ତାଲିମ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିବାଥିଲେ । ଶ୍ରୀ ଗୋପାଳ କୃଷ୍ନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।