ବାଲେଶ୍ୱର: ରବିବାର ସକାଳ ୮: ୩୦ ମିନିଟ୍ରେ ଚାନ୍ଦିପୁର ଆଇ. ଟି. ଆର୍.ର ଧାମରାସ୍ଥିତ ଅବ୍ଦୁଲ୍ କଲାମ ଦ୍ୱୀପର ୪ ନମ୍ବର ଉତ୍କ୍ଷେପଣ କେନ୍ଦ୍ରରୁ ନ୍ୟୁକ୍ଲିୟର୍ ଷ୍ଟ୍ରାଟେଜିକ୍ ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି-୪ର୍ଥର ସଫଳ ଉତ୍କ୍ଷେପଣ କରାଯାଇଛି। ଏହି କ୍ଷେପଣାସ୍ତ୍ରଟିର ଲମ୍ବ ୨୦ ମିଟର୍ ଏବଂ ଓଜନ ୧୨ ଟନ୍। ଏହି ଦୁଇ ଥାକିଆ କ୍ଷେପଣାସ୍ତ୍ରଟି ୪ ହଜାର କିଲୋମିଟର୍ ଦୂରରେ ଥିବା ଲକ୍ଷ୍ୟସ୍ଥଳ ଭେଦ କରିପାରିବ। ପାରମାଣବିକ ଅସ୍ତ୍ର ବହନ କରି ପାରୁଥିବାରୁ ଏଥିରେ ପଡ଼ୋଶୀ ଦେଶ ପାକିସ୍ତାନ ଓ ଚୀନ୍ର ଅଧିକାଂଶ ଅଞ୍ଚଳର ଲକ୍ଷ୍ୟଭେଦ କରି ହେବ।